ଟାଟା ମୋଟର୍ସ ପକ୍ଷରୁ ଆକାଶଙ୍କ ବିରୋଧରେ ଏଫଆଇଆର ରୁଜୁ

ଭୁବନେଶ୍ୱର()  ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଗୁମର ଖୋଲିଛି । ପୂର୍ବରୁ ଆକାଶ ନିଜକୁ ଟାଟା କର୍ମଚାରୀ ବୋଲି କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଟାଟା ମୋଟର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ, ଆକାଶ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି । ସେ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ଲୋକଙ୍କୁ ପରିଚୟ ଦେଉଥିଲେ । ଚାକିରି ଦେବା ନାଁରେ ଲୋକଙ୍କୁ ବିଭିନ୍ନ ସମୟରେ ସେ ଠକୁଥିବା ନଜରକୁ ଆସିବା ପରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ୨୩ ସେପ୍ଟେମ୍ବରରେ କମ୍ପାନୀ ପକ୍ଷରୁ ଏନେଇ ଆକାଶଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । କମ୍ପାନୀ ପକ୍ଷରୁ ଏହି ପ୍ରତିକ୍ରିୟା ମିଳିବା ପରେ ଆକାଶ ମିଥ୍ୟା କହି ପୂର୍ବରୁ ବହୁ ଲୋକଙ୍କୁ ଠକିଥିବା ସ୍ପଷ୍ଟ ହୋଇଛି ।

Share

Leave a Reply

Your email address will not be published. Required fields are marked *

17 − 2 =