ଆସନ୍ତାକାଲି ପର୍ୟ୍ୟନ୍ତ ହିଟ୍‌ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()   ୬ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ପର୍ୟ୍ୟନ୍ତ ଏହି ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ରହିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପର୍ୟ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା ଗୁଡିକ ହେଲା, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବରଗଡ଼ ଓ ନବରଙ୍ଗପୁର। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭ ଓ ୩୬.୮ ଡିଗ୍ରୀ ରହିଥିଲା।

Share

Leave a Reply

Your email address will not be published. Required fields are marked *

3 × three =