ପାକିସ୍ତାନ ସପକ୍ଷରେ ଲେଖି ଜେଲ ଗଲେ ଯୁବକ

କଟକ: ନିକଟରେ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଦେଶ ହାରିବା ପରେ କ୍ରିକେଟପ୍ରେମୀମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ କଟାକ୍ଷ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଜଣେ କ୍ରିକେଟପ୍ରେମୀ ପାକିସ୍ତାନକୁ ସମର୍ଥନ କରି ଫସିଛନ୍ତି । ତାଙ୍କୁ ମହଙ୍ଗା ପଡ଼ିଛି ପାକିସ୍ତାନ ପ୍ରେମ । କଟକ ପଶ୍ଚିମକଛର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛଇ ଜଗତପୁର ପୋଲିସ। ଭାରତ ପାକିସ୍ତାନ ଟି୨୦ ମ୍ୟାଚ ରେ ଭାରତର ପରାଜୟ ପରେ ଯୁବକ ଜଣଙ୍କ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ସେହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ଏନେଇ ଥାନାରେ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇପିସିର ଧାରା ୧୫୩ ଏ ଓ ୨୯୪ ରେ ମାମଲା ରୁଜ୍ଜୁ କରିଛି ପୋଲିସ୍।

Share

Leave a Reply

Your email address will not be published. Required fields are marked *

8 + 8 =