ଆଜି ୪୨ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। କ୍ରମାଗତ ଭାବରେ କିଛିଦିନ ହେଲା ୪୦ରୁ ଅଧିକ ସଂକ୍ରାମିତଙ୍କର ମୃତ୍ୟୁ ଘଟୁଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ଜିଲାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ବରଗଡ ଜିଲାରୁ ୫ ଜଣ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ସେହିଭଳି ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଝାରସୁଗୁଡାରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧, ନୟାଗଡରୁ ୨, ପୁରୀରୁ ୨, ସମ୍ବଲପୁର ଜିଲାରୁ ୩ ଏବଂ ସୁନ୍ଦରଗଡ ଜିଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

9 + 18 =