ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ରେଳୱେ ଷ୍ଟେସନରେ ପତାକା ଦେଖାଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ଏକ ହଜାର ବରିଷ୍ଠ ତୀର୍ଥଯାତ୍ରୀ କୋଲକତା ଓ କାମାକ୍ଷାକୁ ତୀର୍ଥଯାତ୍ରାରେ ବାହାରିଛନ୍ତି । 2016ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜିସୁଦ୍ଧା 11ଟି ଟ୍ରେନରେ 11ହଜାର ତୀର୍ଥଯାତ୍ରୀ ସୁବିଧା ପାଇଛନ୍ତି ।

ତୀର୍ଥଯାତ୍ରାରେ ଯାଉଥିବା କିଛି ଯାତ୍ରୀ ସେମାନଙ୍କ ଅନୁଭବ ବର୍ଣ୍ଣନା କରି କହିଥିଲେ ଯେ, “ଆମେ ଯାହା ସ୍ବପ୍ନରେ ସୁଦ୍ଧା ଭାବିନଥିଲୁ ନବୀନ ବାବୁ ତାହା ପୂରଣ କରିଛନ୍ତି । ଆମର ଆନନ୍ଦର ସୀମା ନାହିଁ” । କେନ୍ଦ୍ରାପଡାର ବାସନ୍ତୀ ବେଜୱା କହିଥିଲେ ଗରୀବ ଲୋକଙ୍କ ପାଇଁ ନବୀନ ବାବୁ ସବୁବେଳ କିଛି ନା କିଛି ଭଲ କାର୍ଯ୍ୟକ୍ରମ କରୁଛନ୍ତି ।

ଜଗତସିଂହପୁରର ଗଙ୍ଗାଧର ଦାସ ଓ କଟକର ନରେନ୍ଦ୍ର ମିଶ୍ର ମଧ୍ୟ ତୀର୍ଥଯାତ୍ରାରେ ଯିବାର ଖୁସି ବ୍ୟକ୍ତ କରି କରିଥିଲେ । ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ବିଶାଲ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

twelve − eleven =