ବଢିଲା ଥାନାଗୁଡିକର କଣ୍ଟିଜେନ୍ସି ପାଣ୍ଠି

ଭୁବନେଶ୍ବର () ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନଥାନା ଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି । ଥାନାଗୁଡିକ ଯେପରି ଅଧିକ କ୍ଷତାର ସହ ସାଧାରଣ ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ 587ଟି ଥାନା ପାଇଁ ବାର୍ଷିକ 17 କୋଟି 50 ଲକ୍ଷ ଟଙ୍କାର ଅତିରିକ୍ତ ଆପଦକାଳିନ ପାଣ୍ଠି ମଂଜୁର କରିଛନ୍ତି ।

ତଦନୁଯାୟୀ ଭୁବନେଶ୍ବର – କଟକ ପୋଲିସ କମିଶନରେଟରେ ଥିବା ସମସ୍ତ 44ଟି ଥାନା ପାଇଁ ମାସିକ 40 ହଜାର ଟଙ୍କା ଲେଖାଏଁ, 142ଟି ସହରାଞ୍ଚଳ ଥାନା ପାଇଁ ମାସିକ 30 ହଜାର ଟଙ୍କା, 351ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ 20 ହଜାର ଟଙ୍କା ଲେଖାଏଁ ମଂଜୁର କରିଛନ୍ତି ।

ସେହିପରି 4ଟି ମହିଳା ଥାନା, 5ଟି ଟ୍ରାଫିକ ଥାନା, 15ଟି ରେଳବାଇ ଥାନା, 4ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧିକ ଥାନା, ଗୋଟିଏ ଏସଟିଏଫ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମବ୍ରାଞ୍ଚ ଥାନା ପାଇଁ ପ୍ରତ୍ୟେକକଙ୍କୁ ମାସିକ 30 ହଜାର ଟଙ୍କା ଲେଖାଏଁ ମଂଜୁର କରାଯାଇଛି । ଓଡିଶା ଉପକୂଳରେ ଥିବା 18ଟି ସାମୁଦ୍ରିକ ଥାନା ପାଇଁ ମାସକ 20 ହଜାର ଟଙ୍କା ଲେଖାଏଁ ମଂଜୁର କରିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

two × five =