ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଓ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଝାରସୁଗୁଡା ଓ ସୁନ୍ଦରଗଡ଼ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବଲପୁର ଯମାଦରପଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇ ସିଧାସଳଖ ବୁର୍ଲା ହସ୍ପିଟାଲକୁ ଯାଇ ଦୁର୍ଘଟଣାରେ ଆହତ ଓଏସଏପି ଯବାନଙ୍କ ଚିକିତ୍ସା କଥା ବୁଝିବେ । ସେଠାରୁ ସେ ଝାରସୁଗୁଡା ଯାଇ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟର ଲୋକାର୍ପଣ କରିବେ । ଏହି ଦୁଇ ୟୁନିଟର କ୍ଷମତା 1320 ମେଗାୱାଟ ।

ସେଠାରୁ ସେ ସୁନ୍ଦରଗଡ଼ ଯାଇ ସେଠାରେ ସେଠାରେ କାଳିଆ ସମାବେଶରେ ଯୋଗଦେବେ । କାଳିଆ ସମାବେଶରେ ସେ ଚାଷୀଙ୍କୁ ସମ୍ବୋଧିତ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

2 + 20 =