୩ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦି । କ୍ତଙ୍କ ଗହଳି ଜୋର ଧରୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବା ଖବର ଭକ୍ତଙ୍କୁ ଚିନ୍ତିତ କରିଛି । ଶନି, ରବି ସପ୍ତାହାନ୍ତ ସଟଡାଉନ । ସୋମବାର ଜନ୍ମାଷ୍ଟମୀରେ ଗହଳି ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିସାରିଛି । ଏହି କାରଣରୁ ଦୂରଦୂରାନ୍ତର ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରକୁ ନ ଆସିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି । ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ପାଇଛନ୍ତି । ପ୍ରତିଦିନ ହଜାର ହଜାର ଭକ୍ତ ଏହାର ସୁଯୋଗ ନେଉଛନ୍ତି । ୫ଦିନ ମଧ୍ୟରେ ୫୦ହଜାରରୁ ଅଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିର ପ୍ରବେଶ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + ten =