ସଟଡାଉନ ବେଳେ ଓମଫେଡ ପ୍ରଡକ୍ଟ ବିକ୍ରି ନେଇ ତାଲିକା ପ୍ରକାଶ

ଭୁବନେଶ୍ୱର() ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଥିଲା । ତଦନୁଯାୟ ଆଜି ସଟଡାଉନର ପ୍ରଥମ ଦିନ । ତେବେ ଶନି ଓ ରବି ସଟଡାଉନ ବେଳେ ଓମଫେଡ ପ୍ରଡକ୍ଟ ବିକ୍ରି ନେଇ ସୂଚନା ଦିଆଯାଇଛି । ଜୁନରେ ସଟଡାଉନ ବେଳେ କିଏ ଓମଫେଡ ପ୍ରଡକ୍ଟ ବିକିବେ ତାର ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ୨୬ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ ଜାରି କରାଯାଇଛି । କେବଳ ତାଲିକାରେ ସ୍ଥାନୀତ ରିଟେଲରମାନେ ହିଁ ଓମଫେଡ ପ୍ରଡକ୍ଟ ବିକି ପାରିବେ ବୋଲି ଜଣାଯାଇଛି ।


ପ୍ରକାଶ ଯେ, ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × one =