କୋଇଲି ବୈକୁଣ୍ଠ ହେଲା ଭାଇରାଲ୍

କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବା ନଜର ଆସୁଛି । ଆଜି ପୁଣି ଥରେ ଶ୍ରୀମନ୍ଦିର ଭିତରେ ଥିବା କୋଇଲି ବୈକୁଣ୍ଠର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଭାଇରାଲ କରିଛନ୍ତି ଗୁଜୁରାତର ଜଣେ ପର‌୍ୟ୍ୟଟକ । ପର‌୍ୟ୍ୟଟକଜଣଙ୍କ ହେଲେ ହିତେଶ ସୁନାନି ।
ହିତେଶଙ୍କ ଫେସ୍ବୁକ୍ ଆକାଉଣ୍ଟରେ କୋଇଲି ବୈକୁଣ୍ଠର ଫଟୋ ପୋଷ୍ଟ୍ କରାଯାଇଛି । କଡ଼ା ସୁରକ୍ଷା ସତ୍ୱେ ସେ ଶ୍ରୀମନ୍ଦିର ଭିତରକୁ ମୋବାଇଲ କେମିତି ନେଲେ ସେ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ଜଣେ ପୋଲିସ ଅଧିକାରୀ ଏବଂ ଦିଲ୍ଲୀର ଜଣେ ମହିଳା ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିଲେ । ତେବେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ କାର‌୍ୟ୍ୟରୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

12 − 7 =