ପାଣି ପାଣି ବିହାର, ୩୪ ଲକ୍ଷ ଲୋକ ପ୍ରଭାବିତ

ପାଟଣା: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଉଠିଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ବିହାର ବୈଶାଳୀ, ମୁଙ୍ଗେର, ଭୋଜପୁର, କଟିହାର, ପୂର୍ଣ୍ଣିୟା ଆଦି ଜିଲ୍ଲାରେ ବିଶେଷ କ୍ଷତି ଘଟିଛି । କ୍ଷୟକ୍ଷତିର ଆକଳନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକ ପରିଦର୍ଶନ କରୁଥିବା ସୂଚନା ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ଭାଗଲପୁର ଓ ବେଗୁସରାୟ ଅଞ୍ଚଳ ପରିଦର୍ଶନ କରିଥିଲେ ।

ବୈଶାଳୀ ଜିଲ୍ଲାର ହାଜିପୁରର ଲକ୍ଷ ଲକ୍ଷ ଟଙ୍କାର କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶଡ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପରିକି ହାଜିପୁର ଓ ମାଲିପୁର ଅଞ୍ଚଳ ପାଣି ଘେରରେ ରହିଥିବା ଯୋଗୁଁ ଲୋକମାନେ ଓ ଜୀବଜନ୍ତୁ ନିଜ ବାସଗୃହ ହରାଇଛନ୍ତି । ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ସେହି ଅଞ୍ଚଳମାନଙ୍କରେ ମାଟି ଉପରୁ ପ୍ରାୟ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

three × five =