ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର୬୪୨କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ ବଢୁଛି କରୋନା ସଂକ୍ରମଣ । କମିବାର ନା ନେଉନି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ସମୁଦାୟ ୨ଲକ୍ଷ ୩୬ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା୬ହଜାର୬୪୨କୁ ବୃଦ୍ଧି ପାଇଛି । ୧ଲକ୍ଷ ୧୫ହଜାର ୯୪୨ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୧୪ହଜାର ୭୩ଜଣ ଚିକିତ୍ସାଧୀନ ଅଛନ୍ତି ।

ଗତ ୬ ଦିନ ଧରି ଲଗାତାର ଭାବେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସାରା ବିଶ୍ୱରେ ଦୃତ ଗତିରେ ବଢୁଥିବା କରୋନା ଦେଶ ମଧ୍ୟରେ ଭାରତ ୬ ନମ୍ବର ସ୍ଥାନରେ ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨୮୪୯, ଗୁଜୁରାଟରେ ୧୧୯୦, ଦିଲ୍ଲୀରେ ୭୦୮, ମଧ୍ୟପ୍ରଦେଶରେ ୩୮୪, ପଶ୍ଚିମବଙ୍ଗରେ ୩୬୬, ଉତ୍ତରପ୍ରଦେଶରେ ୨୫୭, ରାଜସ୍ଥାନରେ ୨୧୮, ତାମିଲନାଡୁରେ ୨୩୨ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 3 =