ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ନିର୍ମାଣରେ ଓଡିଶା 1 ନମ୍ବର

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଓଡିଶା ସାରା ଦେଶରେ ପ୍ରଥମ । 2017-18 ଆର୍ଥିକ ବର୍ଷରେ 7176 କିଲୋମିଟର ରାସ୍ତା ନିର୍ମାଣ କରି ଓଡିଶା ଆଗରେ ରହିଛି । ଏଥିସହିତ 1776 ଟି ଅସଂଯୋଜିତ ଗ୍ରାମକୁ ସଡକ ସଂଯୋଗ କରି ଏକ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।

ଗ୍ରାମାଞ୍ଚଳରେ ଆଧୁନିକ ଵୈଷୟିକ ପ୍ରଣାଳୀରେ ଗ୍ରୀନ ଟେକ୍ନୋଲୋଜି ଦ୍ୱାରା 855 କିଲୋମିଟର ରାସ୍ତା ନିର୍ମାଣ କରି ମଧ୍ୟ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡିଶା । ଏଥିପାଇଁ କେନ୍ଦ୍ର ସରକାର ଓଡିଶାକୁ ଗତ 11 ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ରାଜ୍ୟ ସରକାରଙ୍କୁ ପୁରସ୍କୃତ କରିଛନ୍ତି ।

19842 ଗୋଟି ଜନବସଟିକୁ ସଂଯୋଗୀକରଣ ପାଇଁ 60594 କିଲୋମିଟର ରାସ୍ତା ନିର୍ମାଣ ସହିତ 496 ଗୋଟି ସେତୁ ପ୍ରସ୍ତାବକୁ 25602 କୋଟି 46 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେ ମଧ୍ୟରୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା 17234 କୋଟି 30 ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର 4291 କୋଟି 40 ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।

ସେ ମଧ୍ୟରୁ 20546 କୋଟି 78 ଲକ୍ଷ ଟଙ୍କା ବିନିଯୋଗ କରି 47849 କିଲୋମିଟର ରାସ୍ତା ଏବଂ 240ଟି ସେତୁର ନିର୍ମାଣ କରାଯାଇ 16628ଟି ଜନବସତିକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଛି ।

ଏଥି ମଧ୍ୟରୁ 2017-18 ଆର୍ଥିକ ବର୍ଷରେ 2667 କୋଟି 31 ଲକ୍ଷ ଟଙ୍କା ମୂଲ୍ୟରେ 7176 କିଲୋମିଟର ରାସ୍ତାର ନିର୍ମାଣ କରାଯାଇ 1776 ଗୋଟି ଜନବସତିକୁ ସଂଯୋଗ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଥିବା 2676 କୋଟି ମଧ୍ୟରୁ ରାଜ୍ୟ ସରକାର ତାଙ୍କ ଭାଗ 1070 କୋଟି ତାଙ୍କ ଯୋଗାଇ ଦେଇଛନ୍ତି । ଚଳିତ ବର୍ଷ 2018-19 ପାଇଁ 4166 କୋଟି 67 ଲକ୍ଷ ଟଙ୍କା ବିନିଯୋଗରେ 8000 କିଲୋମିଟର ରାସ୍ତା ନିର୍ମାଣ କରି 2500 ଗୋଟି ଗ୍ରାମକୁ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେମଧ୍ୟରୁ 1700 କିଲୋମିଟର ରାସ୍ତା ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ କରାଯିବ ।

Share

Leave a Reply

Your email address will not be published. Required fields are marked *

7 + seventeen =