ବିଜେପିର ତିନି କୋଟି ସଭ୍ୟ ଗାଏବ

ଭୁବନେଶ୍ୱର (): ନିକଟରେ ଶେଷ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯେଉଁ କଥା ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବକ୍ତବ୍ୟରୁ ବାହାରିଛି ତାହାକୁ ଗଣମାଧ୍ୟମ ଗୁରୁତ୍ୱ ଦେଇନାହିଁ। ଗୁରୁତ୍ୱ ପାଇନଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ବିଜେପିର ୩କୋଟି ସଭ୍ୟ ତିନି ବର୍ଷ ମଧ୍ୟରେ ଗାଏବ ହୋଇଯାଇଛନ୍ତି।

ବିଜେପିର ସଭ୍ୟ ସଂଖ୍ୟା ୮କୋଟି ବୋଲି ଗତ ୮ତାରିଖରେ ଅମିତ୍ ଶାହା କହିଥିଲେ। ତା ପରଦିନ ଅର୍ଥାତ୍ ୯ତାରିଖରେ ୯କୋଟି ବୋଲି କହିଥିଲେ। ନିର୍ବାଚନ ପୂର୍ବରୁ ବିଜେପି କର୍ମକର୍ତ୍ତା ଦେଶର ୨୨କୋଟି ପରିବାରରେ ପହଞ୍ଚିବା ଲକ୍ଷ୍ୟ ରହିଛି ବୋଲି ବିଜେପି ସଭାପତି କହିଛନ୍ତି।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୫ରେ ବିଜେପିର ସଭ୍ୟ ସଂଖ୍ୟା ୮.୮କୋଟି ବୋଲି ଦାବି କରି କମ୍ୟୁନିଷ୍ଟ ପାର୍ଟି ଅଫ ଚୀନକୁ ବହୁପଛରେ ପକାଇ ଦେଇଛନ୍ତି ବୋଲି ଅମିତ୍ ଶାହା ଦାବି କରିଥିଲେ। ସେହି ବର୍ଷ ଜୁଲାଇରେ ବିଜେପିର ସଭ୍ୟ ସଂଖ୍ୟା ୧୧କୋଟି କହି ଏମାନେ ଦେଶ ନିର୍ମାଣରେ କାମ କରିବେ ବୋଲି ସୂଚନା ଦେଇଥିଲେ।

ବିଜେପିର ସଭ୍ୟ ସଂଖ୍ୟା ୧୨କୋଟି ବୋଲି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକାର ଚଳିତ ମାସ ଆରମ୍ଭରେ କହିଥିଲେ। ଏମାନଙ୍କ ମଧ୍ୟରୁ ୩କୋଟି ମହିଳା ବୋଲି ସେ ଦାବି କରିଥିଲେ। ବିଜେପି ସଭ୍ୟ ସଂଖ୍ୟା ୧୪କୋଟି ବୋଲି ଦଳୀୟ ନେତା ଅଲ୍ଲୀ ମହମ୍ମଦ ମୀର ଶ୍ରୀ ନଗରରେ କହିବା ସହିତ ବିଜେପି ବିଶ୍ୱର ସବୁଠାରୁ ଅଧିକ ସଭ୍ୟ ଥିବା ରାଜନୈତିକ ଦଳ ବୋଲି ଦାବି କରିଥିଲେ।

ଭାରତର କ୍ଷମତାସୀନ ଦଳର ଅସଲ ଶକ୍ତି କ’ଣ ?

ବିଜେପିର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ଦଳର ମୋଟ ସଦସ୍ୟଙ୍କ ସଂଖ୍ୟା ୧୧କୋଟି ଥିଲା। ଏମାନଙ୍କ ମଧ୍ୟରୁ ୨କୋଟି ସଦସ୍ୟଙ୍କ ସଭ୍ୟପଦକୁ ସ୍ୱୀକୃତୀ ମିଳିନାହିଁ। କିନ୍ତୁ ଅମିତ୍ ଶାହା ଯେଉିଁ ୮କୋଟି ସଭ୍ୟ ସଂଖ୍ୟା କହିଛନ୍ତି ତାହା ଭୂଲ ବୋଲି ଏହି ମୁଖପାତ୍ର ଜଣକ କହିଛନ୍ତି।

ସଂଖ୍ୟାକୁ ନେଇ ମତଭେଦ

ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ସବୁ ନେତା ଦଳର ସଭ୍ୟ ସଂଖ୍ୟାକୁ ନେଇ ମତଭେଦ ରହିଛି। କାରଣ ଶାହାଙ୍କ ସମେତ ଦଳୀୟ ନେତାମାନେ ଅଲଗା ଅଲଗା ସଂଖ୍ୟା ବର୍ଣ୍ଣନା କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ନଭେମ୍ୱରରେ ଅନଲାଇନ ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ। ଏହି ଯୋଜନାରେ ଲୋକମାନେ ମୋବାଇଲ ନମ୍ୱର ଡାଏଲ କରି ବିଜେପି ସଦସ୍ୟ ଗ୍ରହଣ କରିହେବ। ଏହି ଯୋଜନା ଅନୁସାରେ ଶାସକ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହେବାରୁ ନେତାମାନେ ଉତ୍ସବ ମନାଇଥିଲେ। ଅମିତ୍ ଶାହା ଏହି ସଭ୍ୟ ସଂଖ୍ୟାକୁ ନିଜର ସଫଳତା ବୋଲି ବିଭିର୍ଣ୍ଣ ସଭାରେ ସଭ୍ୟ ସଂଖ୍ୟାକୁ ଦୋହରାଇଥିଲେ।

ବିଭିନ୍ନ ରାଜ୍ୟରେ ନିର୍ବାଚନ ସଫଳତାକୁ ମୋଦିଙ୍କ କରିସ୍ମା ବୋଲି ଦଳ ଦର୍ଶାଉଛି। ଶାହାଙ୍କୁ ସଂଗଠନ ମଜଭୂତ କରିବା ସହିତ ତାକୁ ଲଢ଼େଇ ମେସିନରେ ପରିଣତ କରିବାରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

two − two =