ପାଣିରେ ଧୋଇଗଲା ଚାଷୀର ସ୍ୱପ୍ନ

କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଦ୍ୱାରା ଗରଦପୁର ବ୍ଲକରେ ଥିବା ୧୮ ପଂଚାୟତ ହୋଇଛି ଅଧିକ ମାତ୍ରାରେ କ୍ଷତିଗ୍ରସ୍ଥ ।ବ୍ଲକର ବେରାଡି, ପାଟକୁରା, ଗରଦପୁର,ବଙ୍ଗାଳପୁର, ନଡିଆବରାଇ, ପଦ୍ମପୁର ଏବଂ ତଳକୁସୁମା ଭଳି ପଂଚାୟତରେ ଧାନ ଫସଲର ହୋଇଛି ବ୍ୟାପକ କ୍ଷୟକ୍ଷତି ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଇଥିବା ସୁନାର ଫସଲ ଧାନ ନଷ୍ଟ ହୋଇଯିବା ଦେଖି ଏବେ ଚାଷୀ ବସିଛି ମୁଣ୍ଡରେ ହାତଦେଇ । ଜମିରେ ରୁଆ ହୋଇଥିବା ଧାନ ତଳି ସାଙ୍ଗକୁ ଦିନ କୋଇଟା ପରେ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଜମି ରହିଛି ଅକାତକାତ ପାଣି । କେଉଁଠି ରୁଆ ହୋଇଥିବା ଧାନ ତଳି ସବୁ ପଚି ଗଲାଣି ତ ଆଉ କେଉଁଠି ପାଚିଲା ଧାନ ହୋଇଯାଇଛି ଗଜା । ଧାନ କ୍ଷେତରେ ବର୍ଷା ପାଣି ଜମି ରହିବା ଫଳରେ ଚାଷୀ ମାନେ ପାଚିଲା ଧାନ ଫସଲକୁ ପାଣିରୁ ଛାଣି ଅମଳ କରିବା ନିମନ୍ତେ ବାଧ୍ୟ ହୋଉଛନ୍ତି । ଧାରକରଜ କରି ହଜାର ହଜାର ଟଙ୍କା ଚାଷରେ ଖର୍ଚ୍ଚ କରିଥିବା ଚାଷୀକୂଳ ଏବେ ଚିନ୍ତାରେ ।

Share

Leave a Reply

Your email address will not be published. Required fields are marked *

twenty − 11 =