ଆଜିଠାରୁ ଦୂରଦର୍ଶନରେ ପାଠପଢା ଆରମ୍ଭ

ଭୁବନେଶ୍ୱର()  ଯୁକ୍ତ ୨ ଦ୍ୱିତୀୟ ବର୍ଷ ୨୦୨୧ ରେ ପରୀକ୍ଷା ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୭ ତଥା ଆଜିଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ ଚ୍ୟାନେଲ) ରେ ଶିକ୍ଷା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ବାଣିଜ୍ୟ ଓ କଳା ବିଭାଗ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପଢ଼ାଇବେ । କେଉଁ ଦିନ କେଉଁ ବିଷୟ ଶିକ୍ଷା ଦିଆଯିବ ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି । କ୍ଲାସରେ ପାଠପଢ଼ା ବନ୍ଦ ରହିଥିବାରୁ ଟିଭି ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ଏଭିଳ ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାଟି୍ରକ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷା ଦିଆଯାଉଛି ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସେମିତି ପଢ଼ାଯିବ । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଅନେକ ବିଷୟ ରହୁଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ଏକାଥରେ ପହଞ୍ଚି ପାରି ହେବ ନାହିଁ । ତେଣୁ ପର୍ଯ୍ୟାୟକ୍ରମେ ପଢ଼ାଇବାକୁ ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five + fifteen =