ଇତିହାସ ରଚିଲେ ଓଡିଆ ପୁଅ ଅଶ୍ବଥ

ଭୁବନେଶ୍ବର () ଋଷିଆର କାଜାନ ସହରରେ ୪୫ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଶ୍ବଥ ନାରାୟଣ ଭାରତ ପାଇଁ ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି। ସି.ଭି. ରମଣ କଲେଜ ଅଫ ଇଂଜିନିୟରିଂରୁ ଇଲୋକଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ ଇଂଜିନିୟରିଂରେ ବି.ଟେକ୍‌ ଶିକ୍ଷା ଲାଭ କରିଥିବା ଅଶ୍ବଥ ୱାଟର ଟେକନୋଲୋଜି ଟ୍ରେଡରେ ଏହି ପଦକ ଜିତିଛନ୍ତି । ୬୩ଟି ଦେଶର ପ୍ରତିଦ୍ବନ୍ଦୀଙ୍କ ସହ ପ୍ରତିଯୋଗିତା କରି ସେ ଏହି ବିଶ୍ବପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

ଆମ ଦେଶ ୱାଟର ଟେକନୋଲୋଜିରେ ଗୋଟିଏ ସ୍ବର୍ଣ୍ଣ, ୱେବ ଟେକନୋଲୋଜିରେ ଗୋଟିଏ ରୌପ୍ୟ ଏବଂ ଜ୍ବେଲେରୀ ଓ ଗ୍ରାଫିକ ଡିଜାଇନ ଟେକନୋଲୋଜିରେ ଦୁଇଟି ପଦକ ସହ ସର୍ବମୋଟ ୪ଟି ପଦକ ପାଇଛି । ସେହିପରି ଆଇଟି ସଫଫେୱର ସଲୁସନ ଫର ବିଜିନେସ, ୱେଲଡିଂ, ୱାଲ ଏଣ୍ଡ ଫ୍ଲୋର ଟାଇଲିଂ, ଅଟୋବଡି ରିପ୍ୟାର, କାର ପେଣ୍ଟିଂ, ଅଟୋମୋବାଇଲ ଟେକନୋଲୋଜି, ବ୍ରିକ ଲେଇଙ୍ଗ, ମୋବାଇଲ ରବୋଟିକ୍ସ, ପାଟିସେରି ଏଣ୍ଡ କନଫେକ୍ସନାରୀ, ହେଲଥ ଏଣ୍ଡ ସୋସିଆଲ କେୟାର, ଭିଜୁଆଲ ମରଚାଣ୍ଡାଇଜିଂ, ବ୍ୟାକେରୀ, ଥ୍ରୀ-ଡି ଗେମ ଆର୍ଟ, ସାଇବର ସିକୁ୍ୟରିଟି ଏବଂ ମେକାଟ୍ରୋନିକ୍ସରେ ଭାରତ ମୋଟ ୧୪ଟି ମେଡାଲ ଅଫ୍‌ ଏକ୍ସଲେନ୍ସ ପଦକ ହାସଲ କରିଛି । ସୂଚନା ଥାଉ କି ଏହି ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଓଡ଼ିଶାରୁ ତିନି ଜଣ ପ୍ରତିଯୋଗୀ ୱାଟର ଟେକନୋଲୋଜି, ଏମ. କାଡ ଏବଂ ସିଏନସି ଟ୍ରେଡରେ ଦେଶ ପାଇଁ ପ୍ରତିନିଧିତ୍ବ କରିଥିଲେ ।

ଅଶ୍ବଥଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଅଧ୍ୟକ୍ଷ ସୁବ୍ରତ ବାଗଚୀ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ପାଇଁ ପ୍ରତ୍ୟେକ ଅନୁଷ୍ଠାନମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ୨୦୨୧ରେ ସାଂଘାଇରେ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଓଡ଼ିଶାର ଅଧିକତର ସଫଳତା କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =