୨୦ ବର୍ଷ ବୟସରୁ ଏକ କ୍ଲବରେ ଗୀତ ଗାଉଥିଲେ ରାନୁ ବେବି

ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଷ୍ଟେସନର ଗୀତ ଗାଉଥିବା ରାନୁ ମଣ୍ଡଳ। ଆଜି ସମଗ୍ର ଦେଶର ହୃଦୟରେ ରାଜ କରୁଛି ରାନୁଙ୍କ ଗୀତ। ରାନୁଙ୍କୁ ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ ରେସେମିୟାଁ ମଧ୍ୟ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି।ତେବେ  କାହିଁକି ଷ୍ଟେସନରେ ଭିକାରୀ ପାଲଟିଥିଲେ ରାନୁ ଆସନ୍ତୁୁ ଜାଣିବା …

ରାନୁ ମଣ୍ଡଳ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାଣାଘାଟରେ। ରାନୁ ୨୦ ବର୍ଷ ବୟସରୁ ଏକ କ୍ଲବରେ ଗୀତ ଗାଉଥିଲେ । ଲୋକେ ତାଙ୍କୁ ରାନୁ ବେବି ବୋଲି ଡାକୁଥିଲେ। ସମାଜ ଏବଂ ପରିବାରର ଚାପ ପଡିବା ଯୋଗୁଁ ସେହି କାମକୁ ଛାଡିଦେଇଥିଲେ।

 

 

ରାନୁ ମୁମ୍ବାଇ ବାସିନ୍ଦା ବାବୁଲ ମଣ୍ଡଳକୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଦୁହିଁଙ୍କର ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ କିଛି ଦିନ ପରେ ରାନୁଙ୍କ ସ୍ୱାମୀ ବାବୁଲଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସ୍ୱାମୀଙ୍କ ମୃତ୍ୟୁ ପରେ ରାନୁ ନିଜ ଘର ରାଣାଘାଟ ଫେରିଆସଥିଲେ।

ଘରକୁ ଫେରିବା ପରେ ରାନୁଙ୍କୁ ପରିବାର ଲୋକେ ସମର୍ଥନ କଲେ ନାହିଁ, ତେଣୁ ରାନୁ ଷ୍ଟେସନରେ ବସି ଗୀତ ଗାଇ ନିଜର ପେଟ ପୋଷୁଥିଲେ। ମା’ର ଏପରି ଅବସ୍ଥା ଝିଅଙ୍କୁ ବିଲକୁଲ ପସନ୍ଦ ନଥିଲା। ଝିଅକୁ ଲାଜ ଲାଗୁଥିବାରୁ ମା’ ରାନୁଙ୍କ ସହିତ କଥାବର୍ତ୍ତା ବନ୍ଦ କରି ସମ୍ପର୍କ ଛିନ୍ନ କରିଥିଲେ ତାଙ୍କ ଝିଅ।

ରାନୁଙ୍କୁ ଅନ୍ୟ କୌଣସି କାମରେ ମନ ଲାଗୁନଥିବାରୁ ସେ ଷେ୍ଟସନରେ ବସି ଗୀତ ଗାଉଥିଲେ

Share

Leave a Reply

Your email address will not be published. Required fields are marked *

four × 5 =