ଜଳିଗଲା ଚକାଡୋଳା

ଭୁବନେଶ୍ବର () ବରମୁଣ୍ଡା ବସଷ୍ଟାଣ୍ଡରେ ପାର୍କିଂରେ ଥିବା ଚକାଡୋଳା ବସରେ ଲାଗିଗଲା ନିଆଁ । ଚାହୁଁ ଚାହୁଁ ହୁହୁ ହୋଇ ଜଳିଗଲା ପୁରା ବସଟି । ଦୁଇଟି ଅଗ୍ନିଶମ ଗାଡି ନିଆକୁ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ବି ବସଷ୍ଟାଣ୍ଡରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯୟୀ ସର୍ଟସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିଲା । ନିଆଁ ଲାଗିବା ସମୟରେ ବସରେ କିଛି କର୍ମଚାରୀ ଥିଲେ । କିନ୍ତୁ ସେମାନେ ନିଆଁରୁ ବଂଚି ଯାଇଛନ୍ତି । ଚକାଡୋଳା ନାମକ ଏହି ବସରୁ ନିଆଁ ପାଖରେ ଥିବା ଆଉ ଏକ ବସରେ ନିଆଁ ବ୍ୟାପିବାକୁ ଯାଉଥିବା ବେଳେ ତାକୁ ଆୟତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

ten + fifteen =