କୋର୍ଟରେ ପୁଲିସ-ଆଇନଜୀବୀ ମଧ୍ୟରେ ସଂଘର୍ଷ

ନୁଆଦିଲ୍ଲୀ()ତିସହଜାରୀ କୋର୍ଟ ପରିସରରେ ପୋଲିସ-ଆଇନଜୀବୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ।ଆଜି କୋର୍ଟ ପରିସରରେ ଆଇନଜୀବୀ-ପୋଲିସ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଛି ।ଆଇନଜୀବୀମାନେ ଜେଲ ଭେନ ଏବଂ ପିସିଆରରେ ନିଆଁ ଲଗାଇଥିଲେ । ଏହି ସମୟରେ ଫାଏରିଂର ମଧ୍ୟ ଖବର ମିଳିଛି । ଘଟଣାସ୍ଥଳରେ ଖବର ସଂଗ୍ରହ କରୁଥିବା ସାମ୍ୱାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଏହି ସଂଘର୍ଷରେ ଜଣେ ଆଇନଜୀବୀ ଆହତ ହୋଇଛନ୍ତି ଯାହାଙ୍କୁ ସେଣ୍ଟ ଷ୍ଟିଫେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁସାରେ କିଛି ପୁଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । କୁହାଯାଉଛି ଯେ ଫାଏରିଂ ପରେ ବିବାଦ ଅଧିକ ହୋଇଥିଲା । ମିଡିଆ ରିପୋର୍ଟରେ କୁହାଯାଉଛି ଯେ କଏଦୀଙ୍କ ପାଇଁ ଥିବା ଗାଡିରେ ନିଆଁ ଲଗାଯାଇଛି । ନିଆଁକୁ ଆୟତ କରିବା ପାଇଁ ଦମକଳ ବାହୀନିର ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ଅଧିକ ପୁଲିସ ବଳକୁ ମୁତୟନ କରାଯାଇଛି ।

ଅନ୍ୟପଟେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଫାଏରିଂର କୌଣସି ଘଟଣା ହୋଇନାହିଁ, କିନ୍ତୁ ପୁଲିସର ଗାଡିରେ ନିଆଁ ଲଗାଯାଇଛି । ଉଭୟ ପକ୍ଷକୁ ଶାନ୍ତ କରିବା ନେଇ ପ୍ରୟାସ ଜାରି ରହିଛି । ଆଇନଜୀବୀମାନେ କୋର୍ଟର ଫାଟକରେ ତାଲା ପକାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =