ସୁଧୁରୁଛି ସ୍ଥିତି, 7 ଦିନ ମଧ୍ୟରେ କୃଷି ସହାୟତା

ଭୁବନେଶ୍ବର () ତିତ୍‍ଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଛି । ଆଉ ୧୧ ଜଣ ମୃତକଙ୍କ ସଂକ୍ରାନ୍ତରେ ଅନୁଧ୍ୟାନ ଚାଲିଥିବାବେଳେ ମୃତକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩ଜଣ ମତ୍ସ୍ୟଜୀବୀ ରହିଛନ୍ତି । ବାତ୍ୟା ସମୟରେ ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଉପକୂଳରେ ଆସି ମାଛ ମାରୁଥିଲେ  । ବର୍ଷା ଓ ବନ୍ୟା ପ୍ରଭାବିତ ଅଂଚଳମାନଙ୍କରେ ଅବସ୍ଥା ଦ୍ରୁତ ଗତିରେ ସ୍ବାଭାବିକ ହେଉଛି ବୋଲି ଆଜି ସଚିବାଳୟ ଠାରେ ବାତ୍ୟା କ୍ଷତିକ୍ଷତି ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ସେ କହିଛନ୍ତି ଯେ ପ୍ରତି ମୃତକଙ୍କ ନିକଟ ସମ୍ପର୍କିୟମାନଙ୍କୁ ୧୦ ଲକ୍ଷ ଟଙ୍କା କରି ସହାୟତା ପ୍ରଦାନ କରାଯାଉଛି । ସେହିଭଳି କ୍ଷତିଗ୍ରସ୍ତମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ୧୧କୋଟି ଟଙ୍କା ବଣ୍ଟାଯାଇ ସରିଲାଣି । ଗଞ୍ଜାମ ଜିଲ୍ଲାରେ ବି କ୍ଷତିଗ୍ରସ୍ତମାନଙ୍କୁ ପ୍ରାୟତଃ କ୍ଷତିପୂରଣ ରାଶି ଦିଆଯାଇ ସାରିଲାଣି । ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାମାନଙ୍କରେ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ୯୦% ଭାଗରୁ ଅଧିକ ସରିଛି । ସୋରଡ଼ାରୁ ଗାଜଲ୍‌ବାଡ଼ି ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଏବଂ ପାହଡ଼ ଉପରୁ ପଥର ଓ ଗଛ ଆଦି ଝୁଲି ରହିଥିବାରୁ ଏହି ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇନାହିଁ । ରାଜ୍ୟ ରାଜରାସ୍ତା ଏବଂ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ସମୁଦାୟ ୭୦ ଟି ଘାଇ ମରାମତି ସରିଛି ।

ସେହିଭଳି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ବିଜୁଳି ସରବରାହକୁ ସ୍ବାଭାବିକ କରାଯାଇଥିବାବେଳେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇଛି । ମୋଟ୍‍ ୬୫୦ଟି କ୍ଷତିଗ୍ରସ୍ତ ଗାଁ ମଧ୍ୟରୁ ୫୭୦ଟି ଗାଁରେ ପାନୀୟଜଳ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ ହୋଇଥିବାବେଳେ ଖୁବ୍‍ଶୀଘ୍ର ସମସ୍ତ ଗାଁକୁ ଏହି ବ୍ୟବସ୍ଥା କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ଚାଷୀୱାରୀ କ୍ଷୟକ୍ଷତିର ଆକଳନ ଶେଷକରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟାରେ ପଶୁସଂପଦ ହରାଇଥିବା ପରିବାର ମାନଙ୍କର ସଠିକ୍‌ ଚିହ୍ନଟ କରି ସେମାନଙ୍କୁ ଅନୁକମ୍ପାରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବାକୁ

କ୍ଷତିଗ୍ରସ୍ତ ପରିବାରକୁ ଚାଉଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ଗଜପତି ଜିଲ୍ଲାରେ ପ୍ରାୟ ସମସ୍ତ କ୍ଷତିଗ୍ରସ୍ତଙ୍କ ନିକଟରେ ଚାଉଳ ପହଞ୍ଚିଛି । ପ୍ରତ୍ୟେକ ପରିବାରକୁ ୫୦ କିଲୋର ଚାଉଳ ପ୍ୟାକେଟ ଦିଆଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟ ମରାମତି ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ସୋରଡା ଓ ଦାରିଙ୍ଗିବାଡିର କିଛି ରାସ୍ତାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ସଡକର ମରାମତି ସମ୍ପୂର୍ଣ୍ଣ ହୋଇଛି । ରାଜ୍ୟ ସରକାର ବାତ୍ୟା କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − ten =