୫-ଟିକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର () ଓଡିଶା ସରକାରଙ୍କ ୫-ଟି ଯୋଜନାକୁ ନେଇ ବିରୋଧୀ ଦଳ ଗୁଡିକ ସମାଲୋଚନା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏହାକୁ ପ୍ରଶଂସା କରିଛନ୍ତି । ନୀତି ଆୟୋଗ ଟ୍ୱିଟ କରି ଏହି ପ୍ରଶଂସା କରିବା ସହିତ ୫-ଟି ଯୋଜନା ଶିକ୍ଷା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ବେଶ ସହାୟକ ହୋଇଥିବା ଏଥିରେ ଉଲ୍ଲେଖ କରିଛି ।

ସବୁ ବିଦ୍ୟୁତ, ଟଏଲେଟ ଓ ପାନୀୟ ଜଳ ଯୋଗାଇ ଦେବାରେ ସବୁ ଲକ୍ଷ ହାସଲ କରାଯାଇ ପାରିଥିବା ଜଣାପଡିଛି ଏବଂ ଯେଉଁଥି ପାଇଁ ନୀତି ଆୟୋଗ ଓଡିଶା ସରକାରଙ୍କୁ ୫-ଟି ପାଇଁ ପ୍ରଶଂସା କରିଛି । ୫-ଟିର ମୂଳ ମନ୍ତ୍ର ହେଉଛି ପରିବର୍ତ୍ତନ(trance formation), ସ୍ୱଚ୍ଛତା(Transparency),ବୈଷୟୀକ ଜ୍ଞାନ(Technology), ମିଳିମିଶି କାର୍ଯ୍ୟ କରିବା(team work),ସମୟ (time)  ।

Share

Leave a Reply

Your email address will not be published. Required fields are marked *

16 − 13 =