ଏଣିକି ସ୍କୁଲରେ ବାଜିବ ୱାଟର୍ ବେଲ

ଭୁବନେଶ୍ୱର() ନଭେମ୍ବର ମାସ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ବାଜିବ ୱାଟର୍ ବେଲ୍ । ଦିନକୁ ତିନି ଥର ପାଣି ପିଇବେ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କରିଛିନ୍ତି ନିର୍ଦ୍ଦେଶନାମା । ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ରଖିବାକୁ ଏଭଳି ପ୍ରୟାସ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାରରୁ ଶୁକ୍ରବାର ଦିନ ୧୧ଟା ୪୦ମିନିଟ୍, ମଧ୍ୟାହ୍ନ ୧ଟା ୩୦ମିନିଟ୍ ଓ ଅପରାହ୍ନ ୩ଟା ୧୫ ମିନିଟ୍ ସମୟ ପରେ ପାଣି ପିଇବାକୁ ସମୟ ନିର୍ଘଣ୍ଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 3 =