ନବୀନ ନିବାସରେ ରୀତା ସାହୁ

ଭୁବନେଶ୍ୱର : ଗତକାଲି ବିଜେପୁରରେ ବିପୁଳ ଭୋଟରେ ବିଜୟ ଲାଭ ପରେ ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରୀତା ସାହୁ । ଐତିହାସିକ ବିଜୟ ପରେ ସମର୍ଥକଙ୍କ ସହ ନବୀନ ନିବାସ ଯାଇଛନ୍ତି ରୀତା ।

ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାୟିକା ରୀତା ସାହୁ ପ୍ରତିକ୍ରିୟା ରଖିଛନ୍ତି । ବିଜେପୁର ବିଜୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହ ବିଜେଡ଼ିର ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ବିଧାୟିକାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବିଜେପୁରରେ ବିକାଶ ଉପରେ ପ୍ରାଧାନ୍ୟ ଦେବେ ବୋଲି ରୀତା ସାହୁ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଞ୍ଚଳବାସୀ ଆସ୍ଥା ରଖିଛନ୍ତି ଓ ଗଙ୍ଗାଧର ମେହେର ପ୍ରକଳ୍ପ ଓ ମେଡ଼ିକାଲ ଉପରେ ଫୋକସ ରହିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 12 =