ଏଣିକି ପୁରୀ ହେବ ଭିକାରି ମୁକ୍ତ ସହର

ପୁରୀ() ଏଣିକି ସବୁ ଭିକାରୀଙ୍କୁ କରାଯିବ ଥଇଥାନ । ପୁରୀ ସହର ହେବ ଭିକରୀମୁକ୍ତ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା । ଏହି ଉପଲକ୍ଷେ ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖର ସମୀକ୍ଷା କରାଯାଇଛି । ବୈଠକରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ଏହି ଯୋଜନାକୁ ସଫଳ କରିବା ପାଇଁ ହାତ ବଢ଼ାଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହବାକୁ ଥିବା ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଟି ‘ନୀଳାଦ୍ରି ନୀଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥିସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ।

Share

Leave a Reply

Your email address will not be published. Required fields are marked *

fifteen − 7 =