୧୨ ବିଧାୟକ ଓ ୨ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ବର() ୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ୍। ବିଧାନସଭାରେ ହୋଇଥିବା ଦ୍ୱିତୀୟ ଦିନର କୋଭିଡ ରିପୋର୍ଟ ଆସିସାରିଛି। କାଲିର ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ୨ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେଲେଣି । ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ପଦ୍ମିନୀ ଦିଆନ୍, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ, ଭାଗୀରଥୀ ସେଠୀ, ସୁଶାନ୍ତ ବେହେରା, ନାଉରୀ ନାୟକ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । କାଲି ପ୍ରମୀଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ୍ ହୋଇଥିଲେ । କେବଳ ସେମାନେ ନୁହନ୍ତି, ପୂର୍ବରୁ ମଧ୍ୟ କିଛି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

three − 3 =