ଘୁଞ୍ଚିଲା ମାଟ୍ରିକ୍ ପ୍ରି-ଟେଷ୍ଟ ପରୀକ୍ଷା

ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସେପ୍ଟେମ୍ବର ୧୭ ବଦଳରେ ୨୪ରେ ଆରମ୍ଭ ହେବ ମ୍ୟାଟ୍ରିକ ପ୍ରି-ଟେଷ୍ଟ ପରୀକ୍ଷା । ସମସ୍ତ ହାଇସ୍କୁଲରେ ସେପ୍ଟେମ୍ବର ୧୭ରୁ ପରୀକ୍ଷା ଆରମ୍ଭ ହେବାକୁ ଥିଲା। ଏବେ ତାହା ୨୪ ତାରିଖଠାରୁ ଆରମ୍ଭ ହେବ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଳକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୪ ହଜାର ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପରୀକ୍ଷା ଉପରେ ଉପରେ ପଡ଼ିଛି। ଶିକ୍ଷକ, ଶିକ୍ଷୟିତ୍ରୀ ହାଇସ୍କୁଲରେ ନ ରହିଲେ ପରୀକ୍ଷା ପରିଚାଳନା ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି।ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ୩୨ ଦିନ ଅତିକ୍ରମ କଲାଣି। ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର ମହାବିଦ୍ୟାଳୟର ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ସମସ୍ତ ସ୍କୁଲ ଓ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି।

Share

Leave a Reply

Your email address will not be published. Required fields are marked *

three + six =