ଟାଟା କର୍ତ୍ତୃପକ୍ଷଙ୍କୁ ପୋଲିସ ଚିଠି

ଭୁବନେଶ୍ୱର() ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଏହାରି ମଧ୍ୟରେ ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସ ଚିଠି ଲେଖିଛିି । ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ଆକାଶ ପାଠକ ଟାଟାର ଏମଡି କି ନାହିଁ, ତାହାର ସତ ଜାଣିବାକୁ ଏହି ଚିଠି ଲେଖାଯାଇଛି ।

ତେବେ ଆକାଶ ନିଜକୁ ଟାଟାର ଏମଡି କହି ସ୍କାଏ କିଙ୍ଗ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଖାରବେଳ ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା । ଟାଟା ପକ୍ଷରୁ ଉତ୍ତର ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।

Share

Leave a Reply

Your email address will not be published. Required fields are marked *

5 + nine =