ଓଡିଆ ସ୍କୁଲରେ ଇଂରାଜୀ ଓ ଗଣିତକୁ ପ୍ରାଧାନ୍ୟ

ଭୁବନେଶ୍ବର () ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତି । ସ୍କୁଲରେ ଏଥର ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଉପରେ ଅଧିକ ଫୋକସ । ଏଣିକି ସ୍କୁଲରେ ଏହି ସବୁ ବିଷୟରେ ୪୫ ମିନିଟ ପରିବର୍ତ୍ତେ ଦେଢ ଘଣ୍ଟା ହେବ କ୍ଲାସ ।

ଏହି ୩ଟି ବିଷୟରେ ପିଲାମାନେ କମ ମାର୍କ ରଖୁଥିବାରୁ ଏପରି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ । ପାଇଲଟ ପ୍ରୋଜେକ୍ଟ ଭାବେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ, ଶିକ୍ଷା ବିଭାଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ନିଆଯାଇଛି ଏବଂ ଆଗକୁ ବି ମଧ୍ୟ ନିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରିବା ଦ୍ବାରା ଜଣାପଡିଛି କି, ଅଧିକାଂଶ ପିଲାଙ୍କର ଇଂରାଜୀ, ବିଜ୍ଞାନ ଏବଂ ଗଣିତରେ ରେଜଲ୍ଟ କମ ରହୁଛି । ତେଣୁ ଏହାକୁ ଅଧିକ ଗୁରୁତ୍ବ ଦେବା ପାଇଁ ବିଶେଷ କରି ଏହି ତିନୋଟି ବିଷୟକୁ ଦେଢ ଘଣ୍ଟା ପାଠ ପଢାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନ୍ୟ ବିଷୟଗୁଡିକୁ ନିର୍ଦ୍ଧାରିତ ସମୟ ତଥା ୪୫ ମିନିଟ ପଢାଯିବା ପାଇଁ କୁହାଯାଇଛି ।

ଚଳିତ ଶିକ୍ଷାବର୍ଷରୁ ନିୟମ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ ହେବ । ଏହାଛଡା ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଯେଉଁଠାରେ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ।

ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ କିଭଳି ପିଲା ଅଧିକ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯିବ । ବର୍ତମାନ ଜିଲ୍ଲା ସ୍ତରରେ ଗୋଟିଏ ସ୍କୁଲରେ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପରେ ବ୍ଲକ ସ୍ତରରେ ମଧ୍ୟ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =