ଏମ୍ସରେ ପୂର୍ବତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ଶୁକ୍ରବାର ୧୦ଟାରୁ ଚେକ୍ଅପ ପାଇଁ ଏମ୍ସରେ ଭର୍ତ୍ତିି ହୋଇଛନ୍ତି ଅରୁଣ ଜେଟଲୀ । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।

ଏମ୍ସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜାରି ସ୍ୱାସ୍ଥ୍ୟ ବୁଲେଟିନରେ ଏହି ସୂଚନା ଦିଆଯାଇଛି। ଏମସ ପକ୍ଷରୁ ବୁଲେଟିନ ଜାରି ହେବା ବେଳେ ସେଠାରେ ଲୋକସଭା ବାଚସ୍ପତି ଓମ ବିରଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥଲେ। ପ୍ରଧାନମନ୍ତ୍ରୀ ଏମସ୍ କୁ ଯାଇ ଜୈଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ ତାଙ୍କୁ ସନ୍ଧ୍ୟାରେ ଏମସ୍ ରେ ଭର୍ତ୍ତି କରାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ଗତ କିଛି ଦିନ ହେଲା ଜୈଟଲୀ ଅସୁସ୍ଥ ରହିଆସୁଥିଲେ।

ବିଗତ ବେଶ କିଛି ଦିନ ଧରି ଜେଟଲୀ ଅସୁସ୍ଥ ରହୁଛନ୍ତି । ଅସୁସ୍ଥତା କାରଣରୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି ଜେଟଲୀ । ମନ୍ତ୍ରିମଣ୍ଡରରେ ସାମିଲ ନହେବା ପାଇଁ ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଜଣାଇଥିଲେ । ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

13 − eight =