ଅଭିଯୋଗକାରୀଙ୍କୁ ପିଟିଲେ ପୋଲିସ

ନୟାଗଡ଼: ରକ୍ଷକ ବଦଳରେ ଭକ୍ଷକ ସାଜିଲା ପୋଲିସ୍। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସର ଦାଦାଗିରି। ଏଫଆଇର ରଖିବା ବଦଳରେ ଅଭିଯୋଗକାରୀଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଲୁଟ ପରେ ଅଭିଯୋଗ ନେଇ ଯାଇଥିଲେ। ଭାବିଥିଲେ ପୋଲିସ ରକ୍ଷା କରିବ। ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ପୋଲିସ ସାହାଯ୍ୟ କରିବା ଦବଳରେ ନିର୍ଧୁମ ମାଡ଼ ମାରିଥିଲା। କିନ୍ତୁ କଣ ପାଇଁ ମାଡ଼ ମାଡ଼ ମାରିଲା ତାହା ଏପର‌୍ୟ୍ୟନ୍ତ ଜଣାପଡ଼ିନାହିଁ।

ବୁଧବାର ବିଳମ୍ବିତ ରାତିରେ ଦାଶରଥୀ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ଲୁଟ କରିଥିଲେ । ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ଲାଗି ଆସିଥିଲେ ଦାଶରଥୀ । ତେବେ ପୋଲିସବାବୁ ତାଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ତାଙ୍କୁ ବହୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଚୋରଙ୍କ ସହ ପୋଲିସ ସମ୍ପୃକ୍ତିଥିବା ସେ କହିଛନ୍ତି । ଯେଉଁ କାରଣରୁ ପୋଲିସ ତାଙ୍କ ପ୍ରତି ନିଷ୍ଠୁର ସାଜିଥିବା ସେ କହିଛନ୍ତି । ତେବେ ଏହି ଘଟଣାରେ ପୋଲିସର ପ୍ରତିକିୟା ମିଳିପାରି ନାହିଁ ।

Share

Leave a Reply

Your email address will not be published. Required fields are marked *

2 × two =