ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମଡେଲ ଯୋଜନାକୁ ଛୁଟୁଛି ପ୍ରଂଶସାର ସୁଅ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଧାମରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା । ଯାହାଦ୍ୱାରା ପୁରୀବାସୀ ୨୪ ଘଣ୍ଟା ବିଶୁଦ୍ଧ ଉଚ୍ଚମାନର ଜଳ ପାଇ ପାରିବେ । ପୁରୀର ଶହେ ପ୍ରତିଶତ ଘରେ ମିଟର ଲଗାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଯିବ । ଯାହାକି ପୂର୍ବରୁ ଇଂଲଣ୍ଡ, ନ୍ୟୁୟର୍କ ଏବଂ ସିଙ୍ଗାପୁରରେ ଏହି ବ୍ୟବସ୍ଥା ଥିଲା । ଭାରତରେ ପ୍ରଥମ ସହରଭାବେ ପୁରୀରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଯାହାକୁ ନେଇ ବିଭିନ୍ନ ଦିଗରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଛୁଟୁଛି ପ୍ରଂଶସାର ସୁଅ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ । ଦେଶର ଅନ୍ୟ ସହରଗୁଡିକ ଏହାକୁ ଅନୁକରଣ କରିବା ପାଇଁ ମତ ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର । ଏହାସହ ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + sixteen =