୨୨ରେ ପଞ୍ଚାୟତ ଉପ ନିର୍ବାଚନ

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପ ନିର୍ବାଚନ ସହ କଟକ ସଦର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ, ବଲାଙ୍ଗିର ଜିଲ୍ଲାର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ଏତତ୍ ବ୍ୟତୀତ,  ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖାଲିଥିବା ୧୨ଟି ପଞ୍ଚାୟତ ସମିତିସଭ୍ୟ ଆସନ, ୮ଟି ସରପଞ୍ଚ ଆସନ ଓ ୬୮ଟି ୱାର୍ଡରେ ୱାର୍ଡ ମେମ୍ବର ଆସନ ପାଇଁ ଉପନିର୍ବାଚନ କରାଯିବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ନିର୍ବାଚନ ଆୟୋଗ ସଚିବ କହିଛନ୍ତି ଯେ,, ଗତ ମାର୍ଚ୍ଚ ୨୪ରେ ଏସବୁ ଆସନ ପାଇଁ ଉପନିର୍ବାଚନ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ୨୨ ତାରିଖ ଏହି ସବୁ ଆସନରେ ଉପନିର୍ବାଚନ ହେବ। କୋଭିଡ୍‌ କଟକଣା ଓ ନିୟମାବଳୀ ପାଳନ କରି ନିର୍ବାଚନ ପାଇଁ କୁହାଯାଇଛି। ପଞ୍ଚାୟତ ନିର୍ବାଚନ ବାଲାଟ୍‌ରେ ହେଉଥିବାବେଳେ ଭୋଟରଙ୍କ ପାଇଁ ଅଧିକ ସଂଖ୍ୟାରେ ଷ୍ଟାମ୍ପ ରଖାଯିବ। ଇଭିଏମ୍‌ ବ୍ୟବହାର ପାଇଁ ମତଦାତାଙ୍କୁ ଗ୍ଲୋଭ୍‌ସ ଦିଆଯାଉଥିବାବେଳେ ବାଲାଟ୍‌ ପେପରରେ ମତଦାନ ପାଇଁ ଭୋଟରଙ୍କୁ ଗ୍ଲୋଭ୍‌ସ ଦିଆଯିବନି। କେବଳ ମତଦାନ କେନ୍ଦ୍ରରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ଗ୍ଲୋଭ୍‌ସ ପିନ୍ଧିବେ। ବାଲାଟ ପେପରରେ ବ୍ୟବହାର ପାଇଁ ଥିବା ଷ୍ଟାମ୍ପକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen − 5 =