ଭିନ୍ନକ୍ଷମଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସବୁବେଳେ ନୂଆ ନୂଆ ଯୋଜନା କରିବା ଏବଂ ରାଜନୈତିକ ଗୋଟି ଚାଳନା ଲାଗି ଚର୍ଚ୍ଚାରେ ରହିଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସେ ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ କେବେ ଭୁଲି ନଥାନ୍ତି । ତେବେ ଏଭଳି ସ୍ଥଳେ ସେ ଭିନ୍ନକ୍ଷମ ଲୋକଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଥିବା ନଜରକୁ ଆସୁଛି । ଓଡ଼ିଶା ମୋ ପରିବାର ପକ୍ଷରୁ କରାଯାଇଥିବା ରକ୍ତଦାନ ଶିବିରରେ ଭିନ୍ନକ୍ଷମମାନେ ରକ୍ତଦାନ କରିଥିଲେ । ସ୍ୱେଚ୍ଛାକୃତ ଭାବେ ଏଭଳି ମହତ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + twenty =