ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୩୦ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର : ୩୦ ଜିଲ୍ଲା ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପ୍ରଭାରୀ ନିଯୁକ୍ତ କରିଛନ୍ତି । ଏନେଇ ବିଧିବଦ୍ଧ ଭାବେଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଅନୁଗୁଳ ଜିଲ୍ଲା ପ୍ରଭାରୀ ହୋଇଥିବାବେଳେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ବରଗଡ଼ ଜିଲ୍ଲା ପ୍ରଭାରୀ ହୋଇଥିବାବେଳେ ଧର୍ମଶାଳା ବିଧାୟକ ଭଦ୍ରକ ଜିଲ୍ଲା ପ୍ରଭାରୀ ହୋଇଛନ୍ତି ।

ଅପରପକ୍ଷରେ ବଲାଙ୍ଗୀର : ସୁଶାନ୍ତ ସିଂହ, ବୌଦ୍ଧ : ସୌଭାଗ୍ୟ ନାୟକ, କଟକ : ଉଷା ଦେବୀ, ଦେବଗଡ଼ : ସୁଶାନ୍ତ ସିଂହ, ଢେଙ୍କାନାଳ : ବିଜୟ ନାୟକ, ଗଜପତି : ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ : ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର : ସମୀର ରଞ୍ଜନ ଦାସ, ଯାଜପୁର : ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା : ସୁବାସ ସିଂହ, କଳାହାଣ୍ଡି : ନବକିଶୋର ଦାସ, କନ୍ଧମାଳ : ପ୍ରତାପ ଜେନା, କେନ୍ଦ୍ରାପଡ଼ା : ଦେବାଶିଷ ସାମନ୍ତରାୟ, କେନ୍ଦୁଝର : ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା : ପ୍ରମିଳା ମଲ୍ଲିକ, କୋରାପୁଟ : ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ : ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର : ତୁଷାରକାନ୍ତି ବେହେରା, ନୟାଗଡ଼ : ପଦ୍ମନାଭ ବେହେରା, ନୂଆପଡ଼ା : ଦିବ୍ୟଶଙ୍କର ମିଶ୍ର, ପୁରୀ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର : ନଳିନୀକାନ୍ତ ପ୍ରଧାନ, ରାୟଗଡ଼ା : ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁର : ପ୍ରଦୀପ କୁମାର ଅମାତ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଭାରୀ ଭାବେ ପ୍ରୀତିରଂଜନ ଘଡେ଼ଇଙ୍କୁ ନିଯୁକ୍ତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × two =