ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କ ସବୁ ନୀତି ଠିକରେ ହୋଇଥିବାରୁ ସେବାୟତଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କୋଭିଡ଼ ସ୍ଥିତିରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।କୋଭିଡ଼ ସ୍ଥିତିରେ ନିଳାଦ୍ରୀ ବିଜେ ଯାଏଁ ସାବଧାନରେ ସବୁ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଅପରାହ୍ନରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଣାଣି ହୋଇଥିଲା । ସେହି ଖଣ୍ଡପୀଠରେ ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଥିଲେ । ବିନା ଭକ୍ତ ଓ କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 + 2 =