ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର () ରାଜ୍ୟ ସରକାର ଆସନ୍ତା 24 ତାରିଖ ଯାଏଁ ସବୁ ସରକାରୀ ଛୁଟି ବାତିଲ କରିଛନ୍ତି । ଦୁର୍ଗାପୂଜା ଛୁଟି ମଧ୍ୟ ବାତିଲ ହୋଇଛି । ତିତଲି ଏବଂ ପରବର୍ତ୍ତି ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବା ସହ ପୂଜା ଛୁଟିରେ ସବୁ ସରକାରୀ ଅଫିସ ଖୋଲା ରହିବ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିସହିତ ଏହି ସମୟ ମଧ୍ୟରେ ଛୁଟି ନେଇଥିବା ସବୁ କର୍ମଚାରୀଙ୍କ ଛୁଟିକୁ ମଧ୍ୟ ବାତିଲ କରିଦିଆଯାଇଛି । ଜିଲ୍ଲାପାଳମାନେ ନିଜ ନିଜ ଅଂଚଳରେ ରିଲିଫ, ଥଇଥାନ ଏବଂ ପୁର୍ନଗଠନ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 16 =