ରିଲିଫ କାମର ତଦାରଖ ପାଇଁ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ତିନିଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ତିତଲିରେ ସର୍ବାଧିକ କ୍ଷତିଗ୍ରସ୍ତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲା ଗସ୍ତ କରି ସେଠାରେ କ୍ଷିତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ, ଥଇଥାନ ଏବଂ ପୁର୍ନଗଠନ କାର୍ଯ୍ୟର ତଦାରଖ କରିବେ । ଏହି କମିଟିରେ ଜଳସଂପଦ ମନ୍ତ୍ରୀ ନିରଂଜନ ପୂଜାରୀ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସଭ୍ୟ ଅଛନ୍ତି । ତିତଲି ପରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବିଦ୍ୟୁତ ସଂଯୋଗ ନାହିଁ । ତେଣୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ, ଥଇଥାନ ଓ ପୁର୍ନଗଠନ କାର୍ଯ୍ୟର ତଦାରଖ କରିବେ ଏହି ତିନି ଜଣିଆ ମନ୍ତ୍ରୀସ୍ତରୀୟ କମିଟି ।

Share

Leave a Reply

Your email address will not be published. Required fields are marked *

seven + 1 =