ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର() ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଏବେ ଲୋକେ ନିଜେ ସଚେତନତା ହେବା ଆବଶ୍ୟକ ରହିଛି । ଯଦି ଆମେ ସଚେତନତା ନେହବା , ତେବେ ଆଗକୁ ପରିସ୍ଥିତି ଚିନ୍ତାଜନକ ରହିବ ।

ସେହିପରି କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ରାଜଧାନୀର ବିଭିନ୍ନ ମେଡିକାଲରେ ଅନୁଧ୍ୟାନ କରାଯାଇଛି । କିଛି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

13 + 9 =