ହକି ବିଶ୍ବକପ ପାଇଁ ଛୁଟି

ଭୁବନେଶ୍ବର ()  ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର 27 ତାରିଖ ମଙ୍ଗଳବାର ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ଗୋଟାଏ 30 ପରଠାରୁ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।

ଭୁବନେଶ୍ବର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ନଭେମ୍ବର 27 ତାରିଖ ଦିନ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ନିମନ୍ତେ ଅପରାହ୍ନ 1.30 ଠାରୁ ବନ୍ଦ ରହିବ ।

ନଭେମ୍ବର 28 ତାରିଖ ବୁଧବାର କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ 1.30 ପରଠାରୁ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

12 + 7 =