ତିନି ରଥରେ ରଥାରୂଢ ହୋଇଛନ୍ତି ଶ୍ରୀଜଗନ୍ନାଥ

ପୁରୀ() ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାରି ମଧ୍ୟରେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିି ବିଜେ ନୀତି ଶେଷ ହୋଇଛି । ତିନି ରଥରେ ରଥାରୂଢ ହୋଇଛନ୍ତି ଦିନ ଠାକୁର । ଦେବୀ ସୁଭଦ୍ରା ଶ୍ରୀସୁଦର୍ଶନ ରଥରେ ବିଜେ ହୋଇଥିବା ବେଳେ ତାଳଧ୍ୱଜ ରଥରେ ବିଜେ ହୋଇଛନ୍ତି ଶ୍ରୀବଳଭଦ୍ର । ଦେବଦଳନ ରଥରେ ରଥାରୂଢ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ । ଶେଷରେ ପହଣ୍ଡି ସାରି ନନ୍ଦିଘୋଷ ରଥରେ ରଥାରୂଢ ହୋଇଛନ୍ତି ଶ୍ରୀଜଗନ୍ନାଥ ।

ଗୁଣ୍ଡିଚା ଘରକୁ ଯାତ୍ରା କରିବା ପାଇଁ ଚତୁର୍ଦ୍ଧାମୂର୍ତ୍ତି ପ୍ରସ୍ତୁତ । ଅନ୍ୟପଟେ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ। ପବିତ୍ର ରଥଯାତ୍ରା ଅବସରରେ ତିନି ଠାକୁର ରଥାରୂଢ଼ ହୋଇ ବଡ଼ଦାଣ୍ଡରେ ଯାତ୍ରା କରିବେ । କିନ୍ତୁ କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥକୁ ଯାଇ ଶ୍ରୀ ଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ।

Share

Leave a Reply

Your email address will not be published. Required fields are marked *

fourteen + 13 =