ଧାଡି ଦର୍ଶନ ମାନିଲେନି ଭକ୍ତ

ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହୋଇଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଲାଗିଛି ପ୍ରଶାସନକୁ ଶକ୍ତ ଧକ୍କା । ଭକ୍ତମାନେ ଏହାକୁ ନମାନି ପୂର୍ବ ପରି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଏପରି କି ମହିଳା ଭକ୍ତ ଏହି ବ୍ୟବସ୍ଖାକୁ ତିଲେହେଲେ ଖାତିର କରି ନଥିଲେ ।
ସୂଚନାନୁସାରେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ମନ୍ଦିରରେ ଦାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଆଜି ସକାଳେ ମନ୍ଦିର ଖୋଲା ହେବା ପରେ ଭକ୍ତମାନେ ଧାଡି ନ ମାନି ଆଗ ଭଳି ପ୍ରବେଶ କରିଥିଲେ । ତେବେ ଏହି ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଜଗନ୍ନାଥ ସେନା । ଗହଳି ନଥିବା ସତ୍ୱେ ଏହି ବ୍ୟବସ୍ଥାର ଆବଶ୍ୟକତା କଣ ଅଛି ବୋଲି ସେନା ପ୍ରଶ୍ନ କରିଛି ।
ସୂଚନାଯୋଗ୍ୟ କି, ଏହି ବ୍ୟବସ୍ଥାରେ ହୋଇଥିବା ବିଭ୍ରାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ । ପ୍ରଶାସନର ବ୍ୟବସ୍ଥାକୁ ବିଫଳ କରାଯିବା ଠିକ ହୋଇନାହିଁ । ଏହା ସହ ସିସିଟିଭି ଫୁଟେଜ ଯାଂଚ କରାଯାଇ ବିଭ୍ରାଟ ଏବଂ ନିରାକରଣର ବ୍ୟବସ୍ଥା କରାଯିବାନେଇ ସେ ସୂଚନା ଦେଇଥିଲେ । ବର୍ତମାନ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇ ସାରିଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

six − 6 =