ସପ୍ତାହକ ମଧ୍ୟରେ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପ୍ରଥମ ସମୀକ୍ଷା କରିଥିଲେ ଏବଂ ସେତେବେଳେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଆଜି ସମୀକ୍ଷା କରିଥିଲେ ।

କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡିଶା ଭଲ କାମ କରିଥିବାରୁ ନିୟୋଜିତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଏବଂ ସବୋର୍ପରି ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।


ଲକଡାଉନ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଦକ୍ଷିଣ ଓଡିଶାର ଏମକେସିଜିରେ କୋଭିଡ ପରୀକ୍ଷଣ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନେ୍ତାଷ ପ୍ରକାଶ କରିଥିଲେ ଏବଂ ଅାଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ ଅପେ୍ରଲ ୧୬ ତାରିଖ ସୁଦ୍ଧା ବୁର୍ଲାର ଭିମସାରରେ କୋଭିଡ ପରୀକ୍ଷା ସୁବିଧା ଉପଲବ୍ଧ କରିବା ପାଇଁ ପଦକେ୍ଷପ ନେବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ଆଇଜିଏଚ ରାଉଲକେଲାରେ କୋଭିଡ ପରୀକ୍ଷଣ ଆରମ୍ଭ କରାଯାଇଥିବାରୁ ବିଷୟ ବୈଠକରେ ସୂଚନା ଦିଆଯାଇଥିଲା ।

କୋଭିଡ ସଂକ୍ରମଣ ନୟନ୍ତ୍ରଣରେ ନିୟୋଜିତ ପୋଲିସ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନ୍ୟ ସମସ୍ତଙ୍କୁ ଏ ସଂକ୍ରାନ୍ତରେ ସବୋର୍ତ୍ତମ ତାଲିମ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇଛି ।

ଏହି ସମୟରେ ପାରିବାରିକ ହିଂସା ମଧ୍ୟ ଏକ ଚିନ୍ତାର ବିଷୟ । ତେଣୁ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ଫୋନ କଲ ଜରିଅାରେ ଅଭିଯୋଗକାରୀଙ୍କୁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + fifteen =