ବଦଳିଲେ ୬ ଜଣ ହାଇକୋର୍ଟ ବିଚାରପତି

ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ହାଇକୋର୍ଟ ବିଚାରପତିଙ୍କ ହେଲା ଅଦଳ ବଦଳ । କୋଲକାତା ହାଇକୋର୍ଟକୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବଦଳି ହୋଇଛି । ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଅହଶାନୁଦ୍ଦିନ ଅମାନୁଲ୍ଲାଙ୍କୁ ପାଟନା ହାଇକୋର୍ଟ ବଦଳି କରାଯାଇଛି । ମଣିପୁର ହାଇକୋର୍ଟ ବିଚାରପତି ଲାନୁସୁଙ୍ଗକୁମ ଜମିରଙ୍କୁ ଗୌହାଟୀ ହାଇକୋର୍ଟ ବଦଳି କରାଯାଇଥିବାବେଳେ ଜମ୍ମକାଶ୍ମୀରର ଧୀରଜ ସିଂ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଓ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପୁରୁଶାଇନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟ ବଦଳି କରାଯାଇଛି । ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

three × five =