ଇରାନରେ ବିମାନ ଦୁର୍ଘଟଣାରେ ୧୭୦ ଲୋକଙ୍କ ମୃତ୍ୟୁ

ତେହରାନ() ଇରାନ୍‌ର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦରରେ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୭୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏଥିରେ ମୋଟ୍ ୧୮୦ ଯାତ୍ରୀଥିଲେ ।

ଇରାନୀ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନଟି କ୍ରାସ୍ ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଇଂ ୭୩୭ ବିମାନଟି ୟୁକ୍ରେନିଆନ ଏୟାରଲାଇନସ୍‌ର ବୋଲି ଜଣାପଡିଛି । ଇରାନରେ ଏବେ ଅସ୍ଥିରତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏପରି ଏକ ଦୁର୍ଘଟଣା ଘଟିଛି ।

Share

Leave a Reply

Your email address will not be published. Required fields are marked *

20 + 12 =