ଅର୍ଥ ଆୟୋଗ ଅନୁଦାନରେ ତି୍ରସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରାଯିବ 

ଭୁବନେଶ୍ୱର() ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ମାନଙ୍କୁ ସଶକ୍ତ ତଥା କି୍ରୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ  ଜଳ ଆଦି ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । 
 
ଗ୍ରାମ ପଂଚାୟତ ସ୍ତରରେ: ଗ୍ରାମ ପଂଚାୟତ ଦ୍ୱାରା ବିଭିନ୍ନ ମୌଳିକ ସେବା ପ୍ରଦାନ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଗ୍ରାମପଂଚାୟତରେ ଥିବା ସମସ୍ତ ସରକାରୀ ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପ୍ରାଣୀଚିକିତ୍ସା କେନ୍ଦ୍ର, ଏଏନଏମ କେନ୍ଦ୍ରର ମରାମତି  ଓ ରକ୍ଷଣାବେକ୍ଷଣା ଏବଂ ଶୌଚାଳୟ, ଖେଳ ପଡିଆ, ଶିଶୁ ଉଦ୍ୟାନ ଇତ୍ୟାଦିର ନିର୍ମାଣ ରାଜ୍ୟ ତଥା କେନ୍ଦ୍ରୟ ଅର୍ଥ ଆୟୋଗ ଅନୁଦାନ ସହିତ ମହାତ୍ମା ଗାନ୍ଧୀ ନରେଗା ଯୋଜନାର ସମିଶ୍ରଣରେ କାର୍ଯ୍ୟକାରୀ  କରାଯାଇଛି । 
 
ଗ୍ର୍ରାମଂଚଳରେ ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା ସହିତ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଜଙ୍କ ଅନୁଦାନରୁ ବାର୍ଷିକ ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି ।  ଉପରୋକ୍ତ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଆୟୋଗ ଅନୁଦାନ ସହିତ ମହାତ୍ମା ଗାନ୍ଧୀ ନରେଗା,( MLA LAB/ MP LAB) ମୋ ବିଦ୍ୟାଳୟ  ଏବଂ ଆବଶ୍ୟକସ୍ଥଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ଓ କେବିକେ ପାଣ୍ଠିର ଏକୀକରଣ କରାଯିବ । 
 
 ଜିଲ୍ଲା ପରିଷଦ ସ୍ତରରେ: ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଦର ମହକୁମା ତଥା ଉପଖଣ୍ଡ  ଚିକିତ୍ସାଳୟର ମରାମତି ଓ ରକ୍ଷଣାବେକ୍ଷଣ ସହିତ ରୋଗୀ ପ୍ରତୀକ୍ଷାଳୟ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶୌଚାଳୟ ସୁବିଧା, ପରିମଳ ବ୍ୟବସ୍ଥା, ବାହ୍ୟ ଆଲୋକୀକରଣ, ପାଚେରୀ ତଥା ସବୁଜବଳୟ ଭଳି ସୁବିଧାର ବିକାଶ କରାଯିବ । ଏଥିପାଇଁ  ଜିଲ୍ଲା ପରିଷଦ ଜରିଆରେ ଅର୍ଥ ଆୟୋଗ ଅନୁଦାନ ସହିତ ସଂପୃକ୍ତ ବିଭାଗୀୟ ପାଣ୍ଠିର ବିନିଯୋଗ କରାଯିବ । 
 
 ଗ୍ରାମାଂଚଳରେ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ସବୁଦିନିଆ ରାସ୍ତା ସଂଯୋଗୀକରଣକୁ ପ୍ରାଧାନ୍ୟ ଦିଆଯିବ ।
 
ଉପରୋକ୍ତ ଶିକ୍ଷା , ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଭଳି ସମ୍ପତ୍ତି ଗୁଡିକ  ପଂଚାୟତରାଜ ଅନୁଷ୍ଠାନର ହିସାବ ଖାତାରୁ ହସ୍ତାନ୍ତର କରାଯିବ । 
ଏହିସବୁ କାର୍ଯ୍ୟା ସଫଳ ପରିଚାଳନା ପାଇଁ ଗ୍ରାମ ପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦ  ସ୍ତରରେ ନିୟମିତ ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । 
Share

Leave a Reply

Your email address will not be published. Required fields are marked *

five × 4 =