ଜଗନ୍ନାଥକୁ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ପ୍ରିୟଙ୍କା ପ୍ରିୟଦର୍ଶନୀ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଜଗନ୍ନାଥ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ । ହାତର ଶିର କଟି ଯାଇଥିବାରୁ ଅସ୍ତ୍ରୋପଚାର ପାଇଁ ଜଗନ୍ନାଥକୁ ଏମସରେ ଭର୍ତ୍ତି କରାଯାଇଛି ।ପ୍ରଥମେ ଜଗନ୍ନାଥର ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ଗତ ୫ତାରିଖରେ ସ୍ୱାମୀ ନଥିବା ସମୟରେ ଜଗନ୍ନାଥ ପ୍ରିୟଙ୍କା ସାହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରିଥିଲା ।ଜଗନ୍ନାଥଙ୍କୁ ଜେରା ପରେ ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି ଖୋଲିବ ।

Share

Leave a Reply

Your email address will not be published. Required fields are marked *

twenty + 5 =