ଅମ୍ବାନିଙ୍କୁ ଟପିଲେ ଆଦାନୀ

ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ । ମୁକେଶ ଅମ୍ବାନୀଙ୍କୁ ଧନୀ ତାଲିକାରେ ପଛରେ ପକାଇଦେଇଛନ୍ତି ଅଦାନୀ । ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ତାଲିକା ଅନୁସାରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ୧୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ସେହିପରି ମୁକେଶ ଅମ୍ବାନୀ ୮୯ ବିଲିୟନ ଡଲାର ସହ ୧୧ ନମ୍ବର ସ୍ଥାନରେ ରହିଛନ୍ତି । ଗତ ଗୋଟିଏ ଦିନରେ ଅମ୍ବାନିଙ୍କ ସମ୍ପତ୍ତି ୨.୨ ବିଲିୟନ ଡଲାର କମ ହୋଇଛି । ତେଣୁ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଅଦାନୀ ଆଡ୍ଡା ଜମାଇଥିବା ବେଳେ ଅମ୍ବାନ ରହିଛନ୍ତି ଦ୍ୱିତୀୟ ସ୍ଥାନରେ ।ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଭାବେ ଏଲନ ମସ୍କ ୨୨୩.୩ ବିଲିୟନ ଡଲାର ସହ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଆମାଜନ ମାଲିକ ଜେଫ ବେଜୋସଙ୍କ ସ୍ଥାନ ଖସି ତୃତୀୟକୁ ଚାଲିଆସିଛି । ବେଜୋସଙ୍କ ପାଖରେ ରହିଛି ୧୬୪. ୮ ବିଲିୟନ ଡଲାର । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପତି ୨୬ ପ୍ରତିଶତ କମ ହେବା ଯୋଗୁଁ ବିଶ୍ୱର ଧନୀ ତାଲିକାର ୧୨ ନମ୍ବର ସ୍ଥାନରେ ରହିଛନ୍ତି ମାର୍କ । ମାର୍କଙ୍କ ମୋଟ ସମ୍ପତି ୮୪.୦୮ ବିଲିୟନ ଡଲାର ରହିଛି ।

Share

Leave a Reply

Your email address will not be published. Required fields are marked *

twelve − 9 =