ଜିରୋ ଟଲରାନ୍ସ : ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିଶ

ଭୁବନେଶ୍ବର () ଦୁର୍ନିତି ଓ ଦୁର୍ନିତିଖୋରଙ୍କ ବିରୋଧରେ ନବୀନଙ୍କ କଡ଼ା ଆଭିମୁଖ୍ୟ ।  ମହାଦୁର୍ନିତିରେ ବୁଡି ରହିଥିବା ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବଭାରତୀୟସ୍ତରର କୌଣସି ଅଧିକାରୀଙ୍କ ବିରୋଧରେ ସରକାରଙ୍କ ଏଭଳି ପଦକ୍ଷେପ ରାଜ୍ୟରେ ପ୍ରଥମ ଘଟଣା ।

ଦୁର୍ନୀତି ତଥା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ୧୯୮୭ମସିହା ବ୍ୟାଚ୍ର IFS ଅଧିକାରୀ ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ନଭେମ୍ବର ୨୫ତାରିଖରେ ରାଜ୍ୟ ଭିଜିଲାନ୍ସ ସେଲ ପକ୍ଷରୁ ହୋଇଥିଲା ବଡ ଧରଣର ରେଡ୍ । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରିକି ରାଜ୍ୟ ବାହାରେ ଏକକାଳୀନ ୧୨ଟି ସ୍ଥାନରେ ହୋଇଥିଲା ଚଢାଉ । ବିପୁଳ ପରିମାଣର ନଗଦ ଟଙ୍କା ସହ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।

ଅସାଧୁ ଉପାୟରେ ପ୍ରାୟ ୨୦କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଜଣାପଡିବା ସହିତ ୨୭ତାରିଖରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ । କେବଳ ପାଠକ ନୁହଁନ୍ତି ତାଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍ଡିର ପରିଚୟ ଦେଇ ଚଳାଇଥିବା ମିଛ ନିଯୁକ୍ତି ରାକେଟ୍ । ଅସାଧୁ ଉପାୟରେ ଠୁଳ ହେଉଥିବା ଅର୍ଥରେ ଉଭୟ ବାପା ଓ ପୁଅ ବିତାଉଥିଲେ ରୟାଲ ଲାଇଫ୍ । ବିଏମ୍ଡବ୍ଲୁ ଓ ମରସିଡିସ ଭଳି ଦାମୀ କାର ବ୍ୟବହାର କରିବା ସହିତ ଚାର୍ଟର ଫ୍ଲାଇଟ୍ରେ ଉଡି ଷ୍ଟାର ହୋଟେଲ କରୁଥିଲେ ମଉଜ ମଜଲିସ। ଅଭୟ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ପୁଅ ଆକାଶକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଉଭୟେ ବର୍ତ୍ତମାନ ଝାରପଡା ଜେଲରେ । ପୂର୍ବରୁ ଯଦିଓ ରାଜ୍ୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ତଥାପି ଜଣେ ସର୍ବଭାରତୀୟ ସ୍ତରୀୟ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମ ଘଟଣା  ।

ପାଠକ ବାପା ଓ ପୁଅଙ୍କ ସହିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅସାଧୁ ସମ୍ପର୍କ ସ୍ପଷ୍ଟ ହେବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସମସ୍ତ ଘଟଣାର ତଦନ୍ତ ଏବେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ପ୍ରବର୍ତ୍ତନ ନିର୍ଦେଶାଳୟ, ଆୟକର ବିଭାଗ ଏପରିକି ଲୋକାୟୁକ୍ତ ମଧ୍ୟ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

5 × five =