ଫନୀ କ୍ଷୟକ୍ଷତି ପୁନଃରୁଦ୍ଧାର ପାଇଁ ଆବଶ୍ୟକ 29ହଜାର କୋଟି

ଭୁବନେଶ୍ବର () ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନୀ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟର ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟମ ଅତିଥି ଭାବେ ମିଳିତ ଜାତିସଂଘର ଭାରତେ ଅବସ୍ଥାପିତ ମୁଖ୍ୟ ସମନ୍ବୟକାରୀ ରେନାଟା ଲୋକ-ଡେସାଲିଏନ ଉପସ୍ଥିତ ଥିଲ । ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ, ୟୁଏନଡିପି ଆଦି ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ଥିଲେ ।

ଗତ ମେ ମାସ 3 ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନୀ ଓଡିଶା ଉପୂଳ ଅତିକ୍ର କରିଥିଲା ଓ ଏହାର ପ୍ରଭାବରେ ରାଜ୍ୟର 14ଟି ଜିଲ୍ଲାରେ ପ୍ରଭୂତ ଧନଜୀବନ କ୍ଷତି ହେବା ସହତି ପାଖାପାଖି 1 କୋଟି 65 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଓଡିଶା ସରକାର, କେନ୍ଦ୍ର ସରକାରଙ୍କ ପ୍ରତକ୍ଷ ତତ୍ତ୍ବାବଧାନ ଓ ବିଶ୍ବ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ  ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ସହଯୋଗୀତାରେ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ କାର୍ଯ୍ୟ ହାତକୁ ନେଇଥିଲେ ।

ଦୀର୍ଘ 20 ଦିନ ବ୍ୟାପି ଏହି ନିର୍ଦ୍ଧାରଣ କାର୍ଯ୍ୟକ୍ରମରେ ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ବିଭିନ୍ନ ବିଭାଗର 100ରୁ ଉର୍ଦ୍ଧ୍ବ ବିଶେଷଜ୍ଞ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ତଥା ସ୍ଥାନୀୟ ଅଣ-ସରକାରୀ ସଂଗଠନ ଏବଂ ଅନ୍ୟାନ ଖ୍ୟାତି ସମ୍ପନ୍ନ ବେଶେଷଜ୍ଞମାନେ ଜଡିତ ଥିଲେ । େହି ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଉପଲବ୍ଧ କ୍ଷୟକ୍ଷତି ସମ୍ବନ୍ଧୀୟ ତଥ୍ୟକୁ ବିଶ୍ଲେଷଣ କରିବା ସହିତ ପ୍ରମୁଖ କ୍ଷୟକ୍ଷତି ହୋଇଥିବା ଜିଲ୍ଲା ଗୁଡିକର କ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ ।

ଏହି ଦଳ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ବାତ୍ୟା ଫନୀ ଦ୍ବାରା ସମୁଦାୟ 24ହଜାର 176 କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ଏବଂ ସମସ୍ତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ 29 ହଜାର 315 କୋଟି ଟଙ୍କାର ଆବଶ୍ୟକତା ରହିଛି । ବାତ୍ୟା ଦ୍ବାରା ଭିତ୍ତିଭୂମିଗୁଡିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଗୁଡିକର ପୁନଃନିର୍ମାଣ ପାିଁ ସମୁଦାୟ ନିର୍ଦ୍ଧାରିତ ଅର୍ଥର ଶତକାଡା 42 ଭାଗ ଆବଶ୍ୟକତା ରହିଛି । ସେହିପରି ସାମାଜିକ କ୍ଷେତ୍ର, ଯେଉଁଥିରେ ଗୃହ ନିର୍ମାଣ ଅନ୍ତର୍ଭୁକ୍ତ ସେଥିପାଇଁ ଶତକଡା 36 ପ୍ରତିଶତ ଅର୍ଥର ଆବଶ୍ୟକତା ରହିଛି ।

ଏହି ରିପୋର୍ଟଟି ବାତ୍ୟାର ବ୍ୟାପକ ଅର୍ଥନୀତି ଓ ମାନବୀନୟ ପ୍ରଭାବ ଉପରେ ଏକ ସାଧାରଣ ସମୀକ୍ଷା ଉପସ୍ଥାପନା କରୁଅଛି ଏବଂ ଏହା ଏକ ସୁବ୍ୟବସ୍ଥିତ ପୁନଃରୁଦ୍ଧାର କାର୍ଯ୍ୟ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଓଡିଶା ଗଠନର ଦୂରଦୃଷ୍ଟିକୁ ହାସଲ କରିବା ପାଇଁ ପ୍ରଥମ ପ୍ରଦକ୍ଷେପ । ଏହି ରିପୋର୍ଟ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ଓ ଭିତ୍ତିଭୂମି ନିର୍ମାଣ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଜୀବିକା ଆଧାରିତ ଦୀର୍ଘସ୍ଥାୟୀ ପୁନଃରୁଦ୍ଧାର କାର୍ଯ୍ୟଶୈଳୀକୁ ପ୍ରସ୍ତାବିତ କରୁଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫନୀ ବାତ୍ୟା ପାଇଁ ରାଜ୍ୟ ସରକାର 24 ଘଣ୍ଟାରେ ରେକର୍ଡ 1ଲକ୍ଷ 50 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଫନୀ ପରବର୍ତ୍ତୀ ସମୟରେ 15ଟି କ୍ଷେତ୍ରରେ ହେବାକୁ ଥିବା ପୁନଃନିର୍ମାଣ କାର୍ଯ୍ୟରେ ଏହି ରିପୋର୍ଟଟି ସହାୟକ ହେବ । ଏଥିସହିତ ଆଗାମୀ ଦିନରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମୀ ନିର୍ମାଣରେ ମଧ୍ୟ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଆନ୍ତର୍ଜାତିକ ଅନୁଷ୍ଠାନ, ଜାତୀୟ ସ୍ତରର ବେସରକାରୀ ସଂସ୍ଥା, ଘରୋଇ ସଂସ୍ଥା ଓ ସାଧାରଣ ଲୋକେ ଓଡିଶାର ପୁନଃନିର୍ମାଣ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × one =